BADA KIE???
Author: Parambrahma Tripathy
ବଡ କିଏ?
ଦୁଃଖ ସହ ଏମିତି ଦେଖା ହୁଏ
ସତେ ଯେମିତି ଚିହ୍ନିନି ସେ ମତେ
ଦୁନିଆର ଦ୍ଵାରିକା ପୀଠରୁ!!!
ସୁଖ ସହ ଏମିତି ଆଳାପ ହୁଏ
ସତେ ଯେମିତି ସୁଦାମ ସେ ମୋର
ଆଣିଅଛି ଖୁଦ ଭଜା ସମୟର କେଉଁ ଦୁରନ୍ତ ସୂତ୍ରରୁ !!!!
ଏବେ ଭାବେ ମୁଁ କିଏ ମୋର ନିଜର
ଜଣେ କହେ ମୁଁ ସୁତପୁତ୍ର କର୍ଣ
ତ ଆଉ ଜଣେ କହେ ମୁଁ କୁମ୍ଭମେଳାରେ ହଜିଯାଇଥିବା ପ୍ରିୟ ସଖା ତୋର!!!
ଦ୍ଵନ୍ଦ୍ଵରେ ପଡେ ମୁଁ କିଏ ମୋର ନିଜଠୁ ନିଜର?
ଈଶ୍ଵର ହେବାର ଇଚ୍ଛା ନା
ନିଜକୁ ନଶ୍ଵର କରିବାର ଆଦିମ ପିପାଶା!!!
Oriya poetry Blog Comprising Parambrahma Tipathy's Poems in Oriya Language


Bhai aapananka nua kabita kebe padhibaku miliba??? Barshe hela nua kichi nahi
so nice poem
heart touching .... i love your wording " Sudama ra khuda ... "