The Dream in the wait of sunlight
Author: Parambrahma Tripathy
Kuna Tripathy Ra Rough Khata--- A Poem By Subhranshu Panda---- Its really a honor to be a charecter
Author: Parambrahma Tripathy
AtmaDaha
Author: Parambrahma Tripathy
KathaHana Chadhei
Author: Parambrahma Tripathy
Feriba Ra' Bela
Author: Parambrahma Tripathy
BAPA
Author: Parambrahma Tripathy
BADA KIE???
Author: Parambrahma Tripathy
ବଡ କିଏ?
ଦୁଃଖ ସହ ଏମିତି ଦେଖା ହୁଏ
ସତେ ଯେମିତି ଚିହ୍ନିନି ସେ ମତେ
ଦୁନିଆର ଦ୍ଵାରିକା ପୀଠରୁ!!!
ସୁଖ ସହ ଏମିତି ଆଳାପ ହୁଏ
ସତେ ଯେମିତି ସୁଦାମ ସେ ମୋର
ଆଣିଅଛି ଖୁଦ ଭଜା ସମୟର କେଉଁ ଦୁରନ୍ତ ସୂତ୍ରରୁ !!!!
ଏବେ ଭାବେ ମୁଁ କିଏ ମୋର ନିଜର
ଜଣେ କହେ ମୁଁ ସୁତପୁତ୍ର କର୍ଣ
ତ ଆଉ ଜଣେ କହେ ମୁଁ କୁମ୍ଭମେଳାରେ ହଜିଯାଇଥିବା ପ୍ରିୟ ସଖା ତୋର!!!
ଦ୍ଵନ୍ଦ୍ଵରେ ପଡେ ମୁଁ କିଏ ମୋର ନିଜଠୁ ନିଜର?
ଈଶ୍ଵର ହେବାର ଇଚ୍ଛା ନା
ନିଜକୁ ନଶ୍ଵର କରିବାର ଆଦିମ ପିପାଶା!!!
MO SHABDDA
Author: Parambrahma Tripathy
ମୋ ଶବ୍ଦ
ଶବ୍ଦ ହି ମୋ ଶକ୍ତି ଶବ୍ଦ ହି ବିସ୍ତୃତି
ଶବ୍ଦ ମୋର ଗଇଯାଏ ଅଙ୍ଗେନିଭା
ଇତିହାସ
ଆଉ ତାର ସମସ୍ତ ବିସ୍ମୃତି।।।
ମୋ ଶବ୍ଦକୁ ଜିହାଦ ସହ ଜୋଡ କି ଗାନ୍ଧୀ ସହ
କୁହ ତାକୁ ରାଜ ଠାକରେ କି ବାବା ଆମତେ
ଶବ୍ଦ ମୋର ଏମିତି ବିଷକନ୍ୟାଟିଏ
ତାକୁ ଭଲ ପାଅ କି ଘୃଣା କର
ଠାରେ ପାଖରୁ ଅନୁଭବ କରିବାକୁ ବାଧ୍ୟ॥।
ଭୁଲି ସବୁ ଭୟ ଆଉ ଭକ୍ତି
କେମିତି ହୁଅନ୍ତା ମିଶି ଗଢିଲେ ଶବ୍ଦନୀଡଟିଏ
ଯହିଁ ଆଖିର ଭାଷା ହି ଓଠର ଭାଷା
ଆଉ ଭାଷା ଓଠର ପାଲଟନ୍ତା ଶବ୍ଦ ପ୍ରାପ୍ତିର, ପ୍ରତ୍ୟାଶାର ॥।
Oriya poetry Blog Comprising Parambrahma Tipathy's Poems in Oriya Language



6 Comments




